Menan Kumar Das

Menan Kumar Das Social Service.

18/02/2020
ମୁଁ ନିଆଳି ଅଂଚଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରମୋଦ ମାଲିକ ମହୋଦୟ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମାଲିକ ମହୋଦୟl, ମାନ୍ୟବର ଜିଲ୍...
15/12/2019

ମୁଁ ନିଆଳି ଅଂଚଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରମୋଦ ମାଲିକ ମହୋଦୟ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମାଲିକ ମହୋଦୟl, ମାନ୍ୟବର ଜିଲ୍ଲାପାଳ - କଟକ, ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଅଡଶପୁର - ଜଗତସିଂହପୁର ରାସ୍ତାରେ ଡ଼ିମିରି ଗ୍ରାମ ନିକଟସ୍ତ ପଣ୍ଡାବଗିଚା ଅଞ୍ଚଳର ପ୍ରାୟ 500 ମିଟର ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥା ରେ ଅଛି l ଏହା ଏବେ ନୁହେଁ, ଦୀର୍ଘ 30 ବର୍ଷ ହେବ ଏହିଭଳି ଅବସ୍ଥାରେ ଅଛି l ଏହି 30ବର୍ଷ ମଧ୍ୟରେ ବହୁତ ସରକାର ଆସିଲେଣି ଏବଂ ଗଲେଣି କିନ୍ତୁ ଏହାର କୌଣସି ସମାଧାନ ହୋଇ ପାରୁନାହିଁ l ଅଡଶପୁର ଏବଂ ଜଗତସିଂହପୁର କୁ ସଂଯୋଗ କରୁଥିବା ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଉକ୍ତ ଅଂଚଳର ଜଣେ ସଚେତନ ନାଗରିକ ହିସାବରେ, ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ବିଷୟରେ ତୁରନ୍ତ ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ଅନୁରୋଧ କରୁଅଛି l ଏହାଦ୍ୱାରା ଏଥିରେ ଦୈନିକ ଯାତାୟାତ କରୁଥିବା ହଜାର ହଜାର ଲୋକ ଉପକୃତ ହେବେ l ଧନ୍ୟବାଦ l MAGISTRATE, CUTTACK NIALI, JAGATSINGHPUR, ODISHA RURAL DEVELOPMENT

ଧୃତିଶୋଭା ଇନ୍ଫ୍ରାଟେକ ବିଲଡର - PART - 4----------------------------------------------------ସୋସିଆଲ ମେଡିଆରେ ଉକ୍ତ ବିଷୟ ଭାଇରାଲ ...
11/12/2019

ଧୃତିଶୋଭା ଇନ୍ଫ୍ରାଟେକ ବିଲଡର - PART - 4
----------------------------------------------------
ସୋସିଆଲ ମେଡିଆରେ ଉକ୍ତ ବିଷୟ ଭାଇରାଲ ହେବାପରେ BDA ଅଧିକାରୀ ମାନେ ଆସି ଗତ ତିନିଦିନ ପୂର୍ବରୁ ଜିତନ ସାହୁ ଦ୍ଵାରା ନିର୍ମିତ ଚନ୍ଦକା ସ୍ଥିତ ସାଇପ୍ରଗତି ହାଉସିଂ ପ୍ରୋଜେକ୍ଟ ରେ ସବିଶେଷ ତଥ୍ୟ ଅନୁଧ୍ୟାନ କରିବା ସହିତ ପ୍ଲଟ ଗୁଡିକ ମାପ କରି ପ୍ରୋଜେକ୍ଟର ସରକାରୀ ଅନୁମତି ପତ୍ର ଯାଞ୍ଚ କରିବା ପାଇଁ ମାଗିବାରୁ ଉକ୍ତ ପ୍ରୋଜେକ୍ଟରେ ଘର କିଣିଥିବା କୌଣସି ଉପଭୋକ୍ତାଙ୍କ ପାଖରେ ରେ ଏଭଳି କୌଣସି ଅନୁମତି ପତ୍ର ବିଲଡର ସେମାନଙ୍କୁ ଦେଇନାହିଁ ବୋଲି BDA ଅଧିକାରୀଙ୍କୁ ଜଣାଇଥିଲେ l

ତେବେ ବିଶ୍ୱସ୍ତସୂତ୍ର ରୁ ଜଣାଯାଏ ଯେ ବିଲଡର ଏହାର ବିଭିନ୍ନ ପ୍ରୋଜେକ୍ଟ ରେ କିଛି ଉପଭୋକ୍ତାଙ୍କୁ ଘର ବିକ୍ରି କରିବା ସମୟରେ BDO (Block Development Officer) ଦ୍ୱାରା ପ୍ରଦତ୍ତ ଷ୍ଟାମ୍ଏବଂ ସରକାରୀ ଅଧିକାରୀଙ୍କ ଦସ୍ତଖତ ଥିବା ଏକ ଅନୁମତି ପତ୍ର ଦେଇଥିଲା l କିନ୍ତୁ ପରବର୍ତୀ ସମୟରେ RTI Act ରେ ତାହାର ସତ୍ୟାସତ୍ୟ ବିଷୟରେ ତଥ୍ୟ ମାଗିବାରୁ ଏହା ଏକ ଜାଲି ଡକୁମେଣ୍ଟ (Fake Document) ବୋଲି ଜଣା ପଡିଲା l ଅର୍ଥାତ ସରକାରଙ୍କର କହିବା ଅନୁସାରେ ତାଙ୍କ ତରଫରୁ ଏଭଳି କୌଣସି ଅନୁମତି ପତ୍ର କାହାରିକୁ ଦିଆଯାଇନାହିଁ l

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେ ବିଲଡର ଜାଲି ପ୍ରମାଣ ପତ୍ର ଦେଇ ଉପଭୋକ୍ତା ମାନଙ୍କୁ ଠକି ସେମାଙ୍କର କୋଟ କୋଟି ଟଙ୍କାର କଷ୍ଟ ଅର୍ଜିତ ଧନକୁ ଚଳୁ କରିବା ସହିତ ସରକାରଙ୍କୁ ଠକି ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବକୁ ମଧ୍ୟ୍ୟ ଆତ୍ମସାତ କରିସାରିଛି l ତେବେ ଏହା ଖୋଦ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଅଂଚଳ ରେ ହୋଇଥିବା ବେଳେ କେମିତି ସରକାରଙ୍କର ରାଜସ୍ବ ବିଭାଗର ନଜରକୁ ଆସିନଥିଲା ତାହା ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ l ଯଦିଓ ଅଦ୍ୟବଧି ଉକ୍ତ ବିଲଡର ନାମରେ ବିଭିନ୍ନ ଥାନା ଏବଂ କୋର୍ଟ ରେ ବହୁତ କେଶ ବିଚାରଧୀନ ଅଛି, ତେବେ ସେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତକରି ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ବେଳେ ନିଜର ଜୀବନଯାକର ପୁଞ୍ଜି କୁ ଘରଖଣ୍ଡେ ପାଇଁ ବିଲଡର ହାତରେ ଟେକିଦେଇ ସର୍ବସ୍ୱାନ୍ତ ହୋଇଥିବା ନିରୀହ ଉପଭୋକ୍ତାଟି ର ଦୁଃଖ ବୁଝିବାପାଇଁ ଯେମିତି ଏଠାରେ କେହି ନାହାନ୍ତି l

ବିଲଡର Service Tax ନାମରେ ଉପଭୋକ୍ତା ମାନଙ୍କଠାରୁ କୋଟି କୋଟି ଟଙ୍କା ନେଉଥିବା ବେଳେ ଏହା ସରକାରୀ ଖାତାରେ ଜମା ହେଉଛି କି ନାହିଁ ତାହାର ମଧ୍ୟ କୌଣସି ଖବର କାହାପାଖରେ ନାହିଁ l Money Receipt ମାଗିଲେ ବିଲଡର ଦେଉନାହିଁ ଏବଂ ବାହାନା କରି ଦିନ ପରେ ଦିନ ଗଡ଼ାଇ ଚାଲୁଛି l
ତେବେ 2011 ମସିହାର BDA (Bhubaneswar Development Authority) ର ନୋଟିଫିକେସନ ଅନୁସାରେ ଯେଉଁ 511 ଟି ଅଂଚଳ ନୂଆ କରି BDA ଏରିଆ ରେ ସାମିଲ କରାଗଲା, ସେଠାରେ କୌଣସି ଘର କିମ୍ବା ପ୍ରୋଜେକ୍ଟ ତିଆରି କରିବା ପୂର୍ବରୁ BDA ର ଅନୁମତି ନେବା ବାଧ୍ୟତା ମୂଳକ l କିନ୍ତୁ ଆଶ୍ଚର୍ଯ୍ୟ ର କଥା ଉକ୍ତ ବିଲଡର ର ସମସ୍ତ ପ୍ରୋଜେକ୍ଟ BDA ଏରିଆ ରେ ଆସୁଥିଲେ ମଧ୍ୟ Project ସମ୍ବନ୍ଧିତ ଏହାର କୌଣସି BDA ଦ୍ୱାରା ପ୍ରଦତ୍ତ Project Approval, Plan Approval ଇତ୍ୟାଦି କିଛି ନାହିଁ l ଆଉ ସମସ୍ତ ପ୍ରୋଜେକ୍ଟ 2011 ମସିହା ରୁ ଆରମ୍ଭ କରି 2020 ମସିହା ପର୍ଯ୍ୟନ୍ତ ଚାଲୁଥିବା ପ୍ରୋଜେକ୍ଟ (Ongoing Project ) ଅଟେ l ଉପଭୋକ୍ତା ମାନେ ନିଜର ଅଜ୍ଞାନତା କାରଣରୁ ଉକ୍ତ ଠକ ବିଲଡର ପାଖରୁ ଘର ଖଣ୍ଡେ କିଣି ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି l

ଏହା କେବଳ ଗୋଟିଏ ନୁହେଁ, ଧୃତିଶୋଭା ଇନ୍ଫ୍ରାଟେକ ଏବଂ ବିଲଡର ଜିତନ ସାହୁ ଦ୍ୱାରା ନିର୍ମିତ ପ୍ରାୟ ସମସ୍ତ ପ୍ରୋଜେକ୍ଟ ରେ ଉକ୍ତ ବିଲଡର ଦ୍ୱାରା ବ୍ୟାପକ ଏବଂ ବଡଧରଣର ଠକେଇ ହେବାସହିତ ସରକାର ନିଜର କୋଟି କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି l ତେବେ ସରକାରଙ୍କ ନିକଟରେ ଜନସାଧାରଣଙ୍କର ଏହା ଦାବି କରାଯାଉଅଚ୍ଛି କି ଉକ୍ତ ବିଲଡରର ସମସ୍ତ ପ୍ରୋଜେକ୍ଟ ଉପରେ ଏକ ଉଚ୍ଚସ୍ତରୀୟ, ବିଧିବଦ୍ଧ ଏବଂ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମନାକୁ ଆସିବା ସହିତ ସରକାର ନିଜର କୋଟି କୋଟି ଟଙ୍କାର ରାଜସ୍ବ ଫେରିପାଇବା ସହିତ ନିରୀହ ଉପଭୋକ୍ତା ମାନଙ୍କୁ ନ୍ୟାୟ ମିଳିପାରନ୍ତା l ଧନ୍ୟବାଦ l
Sarakar
Odisha



& UD Dept_Odisha
Planning
Police _Chandaka



Patnaik _Odisha

ଧୃତିଶୋଭା ଇନ୍ଫ୍ରାଟେକ ବିଲଡର - PART - 3
----------------------------------------------------
ଇତି ମଧ୍ୟରେ ଜିତନ ସାହୁ ର ପାର୍ଟନର ଉଦୟକର ସାହୁ 10 କୋଟି ଟଙ୍କାର ଠକେଇ ମାମଲାରେ ଦୀର୍ଘଦିନର ଫେରାର ପରେ ଗତ 8 ତାରିଖ ଦିନ ପୋଲିସ ଦ୍ୱାରା ଗିରଫ ହୋଇଛି l ଏବେ ମଧ୍ୟ ତାଙ୍କର ପତ୍ନୀ ଅନିତା ସ୍ୱାଇଁ ଫେରାର ଅଛନ୍ତି l ଜିତନ ସାହୁ ଏବେବି ବେଲ ରେ ଅଛନ୍ତି l

ଉଦୟକର ସାହୁ ଦ୍ୱାରା ବେଆଇନ ଭାବରେ ନିର୍ମିତ ଗୋଠପାଟଣା ସ୍ଥିତ 2 ଟି ଆପାର୍ଟମେଣ୍ଟ (ଗୋଟିଏ 7 ମହଲା ଏବଂ ଅନ୍ୟଟି 4 ମହଲା ବିଶିଷ୍ଟ ) କୁ ଭାଙ୍ଗିବା ପାଇଁ ମାନ୍ୟବର ODA କୋୖର୍ଟ ଙ୍କ ଦ୍ୱାରା Demolition Order ବାହାରିସାରିଛି l

ଜିତନ ସାହୁ, ତାର ଭାଇ ଉଦୟକର ସାହୁ, ତାର ଶଳା ଅସିତ ବେହେରା ଏମାନେ ମିଶି ଏମିତି ନିରୀହ ଜନସାଧାରଣ ଙ୍କୁ ଠକି ସେମାନଙ୍କର କଷ୍ଟଅର୍ଜିତ ଧନକୁ ଲୁଟି କୋଟିପତି ହେବାରେ ବ୍ୟସ୍ତ ଏବଂ ଯେଉଁ ଲୋକଟି ରାଜଧାନୀରେ ମୁଣ୍ଡ ଗୁଞ୍ଜିବା ପାଇଁ ଧାରକରଜ କରି ଘର ଖଣ୍ଡେ କରିବା ପାଇଁ ସ୍ବପ୍ନ ଦେଖୁଛି, ତାର ସ୍ବପ୍ନ ଏହିଭଳି ଠକ, ଚୋର,ଟାଉଟର,ଦଲାଲ ମାନଙ୍କ ହାତରେ ପଡି ରାଜରାସ୍ତାରେ ନିଲାମ ହୋଇଯାଉଛି l ପ୍ରକୃତରେ ଏମାନେ ଅଭ୍ୟାସଗତ ଏବଂ ପେସାଗତ ଚୋର l ତେଣୁ ବିଭିନ୍ନ ଜାଗାରେ ଜିତନ ସାହୁ କରିଥିବା ସମସ୍ତ ପ୍ରୋଜେକ୍ଟ କୁ ତଦନ୍ତ ପରିସରଭୁକ୍ତ କରାଯାଇ ଅନୁସନ୍ଧାନ କରାଗଲେ ପ୍ରକୃତରେ କେତେ କୋଟି ଟଙ୍କାର ଠକେଇ ହୋଇଛି ତାହା ସାମନାକୁ ଆସିପାରିବ l ଯଦିଓ ଏହାର 7 ଟି ପ୍ରୋଜେକ୍ଟ କୁ ହିସାବ କୁ ନେଲେ ସମୁଦାୟ ଠକେଇର ପରିମାଣ 100କୋଟି ଅତିକ୍ରମ କରିଯିବ l ତେଣୁ ଏହାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବିଧିବଦ୍ଧ ତଦନ୍ତ କରାଯିବା ସହିତ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ସାଧାରଣ ରେ ଦାବି ହେବା ସହିତ ଏହା ଦେଶର ଏକ COMMON MAN ର ସରକାରଙ୍କ ପାଖରେ ନିବେଦନ l କାରଣ ଆମର ସରକାର ଏବଂ ଭାରତର କାନୁନ ଉପରେ ସମ୍ପୂର୍ଣ ଭରସା ଅଛି l ଧନ୍ୟବାଦ l
Sarakaar
Odisha
Odisha


& UD Dept _Odisha
Planning




ଧୃତିଶୋଭା ଇନ୍ଫ୍ରାଟେକ ବିଲଡର - PART -2
---------------------------------------------------
ଆମେ ଧୃତିଶୋଭା ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ପାର୍ଟ -2 ରେ ସାଧାରଣ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଆଉ କିଛି ସନ୍ଦେଶ ଦେବାପାଇଁ ଚାହୁଁଛୁ l ହୁଏତ ଏହା ଆପଣମାନଙ୍କୁ ଜିତନ ସାହୁ ଭଳି ଠକ ମାନଙ୍କ କବଳରୁ ବଂଚେଇପାରିବ l ଉକ୍ତ ଠକ କମ୍ପାନୀ ଏବଂ ତାର ମାଲିକର ପୁରା ଠିକଣା ହେଉଛି,
Jitan Kumar Sahu,
MD, Dhrutishova Infratec Pvt. Ltd, Nayapalli, Bhubaneswar, Odisha.

ଆମେ ଧୃତିଶୋଭା ପାର୍ଟ -1 ରେ କମ୍ପାନୀ ର ଅନ୍ୟ 4 ଟି ପ୍ରୋଜେକ୍ଟର ନାଁ ଗୁଡିକ ଉଲେଖ କରିଥିଲୁ l କିନ୍ତୁ ଏବେ ଏହା ସହିତ ଆଉ 2 ଟି ପ୍ରୋଜେକ୍ଟ ର ସନ୍ଧାନ ମିଳିଛି, ଯେଉଁଥିରେ ବହୁତ ନିରୀହ ଲୋକ ଠକାମୀ ର ଶିକାର ହୋଇଛନ୍ତି l

ପ୍ରଥମ ପ୍ରୋଜେକ୍ଟ - Indraprastha Villa, Kantabada, Bhubaneswar

ଏଠାରେ ଉକ୍ତ ପ୍ରୋଜେକ୍ଟ ର ଅବଧି ସମୁଦାୟ 15 ମାସ ହୋଇଥିବା ବେଳେ ଆଜିକୁ 6 ବର୍ଷ ହୋଇଗଲାଣି, ବିଲଡର ଉକ୍ତ ପ୍ରୋଜେକ୍ଟ ଶେଷ କରୁନାହିଁ କିମ୍ବା ଉପଭକ୍ତା ଙ୍କୁ ସେମାନଙ୍କର ଘର ହସ୍ତାନ୍ତର କରୁନାହିଁ l ବର୍ତମାନ ଏ ସଂକ୍ରାନ୍ତ ରେ କେଶ ମାନ୍ୟବର RERA କୋର୍ଟ ରେ ଚାଲୁଅଛି l ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ପ୍ରୋଜେକ୍ଟର କୌଣସି ସରକାରୀ ଅନୁମତି ନାହିଁ l ଅର୍ଥାତ ଏହା ଏକ ବେଆଇନ ପ୍ରୋଜେକ୍ଟ ଅଟେ l

ଉକ୍ତ ପ୍ରୋଜେକ୍ଟ ର ଅର୍ଦ୍ଧାଧିକ ଭାଗ ସରକାରୀ ଜମିରେ ରେ ନିର୍ମିତ ହୋଇ ଥିବାରୁ ମାନ୍ୟବର ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ଆଦେଶରେ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଉଦେଶ୍ୟ ରେ ଉକ୍ତ ପ୍ରୋଜେକ୍ଟ ର ବହୁତ ଅଂଶ ଭାଙ୍ଗିବା ପାଇଁ ତହସିଲଦାର ମହୋଦୟ ପ୍ରସ୍ତୁତ ହେଉଛନ୍ତି l

ଦ୍ୱିତୀୟ ପ୍ରୋଜେକ୍ଟ - Sai Harmony, Back side of SOG Camp, Chandaka, Bhubaneswar

ଉକ୍ତ ପ୍ରୋଜେକ୍ଟ ଟି ସମ୍ପୂର୍ଣ ଭାବରେ Govt Lease Plot ଉପରେ ନିର୍ମିତ l ତେଣୁ ଏହାର କୌଣସି ବୈଧତା ନାହଁ l ଏକଥା ଜାଣିବା ପରେ ଉପଭୋକ୍ତା ମାନଙ୍କ ଉପରେ ଚଡକ ପଡିଛି l ଏଠାରେ ଘର କିଣିଥିବା 22 ଟି ପରିବାର ସେମାନଙ୍କର ଭବିଷ୍ୟତ କୁ ନେଇ ବହୁତ ଭୟଭୀତ ଅବସ୍ଥା ରେ ଅଛନ୍ତି l

ତୃତୀୟ ପ୍ରୋଜେକ୍ଟ - Sai Nilay, Chandaka Chhak, Bhubaneswar,
ଉକ୍ତ ପ୍ରୋଜେକ୍ଟ ରେ 36 ଟି ପରିବାର ଘର କିଣିଥିବା ବେଳେ ଉକ୍ତ ବିଲଡର ଦ୍ୱାରା ଠକାମୀର ଶିକାର ହୋଇ ବହୁତ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରୁଛନ୍ତି l

ଚତୁର୍ଥ ପ୍ରୋଜେକ୍ଟ - Sai Pragati, Chandaka Chhak, Bhubaneswar
ଉକ୍ତ ପ୍ରୋଜେକ୍ଟରେ 98 ଟି ପରିବାର ଘର କିଣି ଥିବାବେଳେ ସେଠାରେ ମଧ୍ୟ ସେହି ସମାନ ଢଙ୍ଗ ରେ ଠକାମୀର ଶିକାର ହୋଇଛନ୍ତି l

ପଞ୍ଚମ ପ୍ରୋଜେକ୍ଟ - Sai Dham, Chandaka Chhak, Bhubaneswar

ଏହା ଏକ ପ୍ଲଟିଂ ପ୍ରୋଜେକ୍ଟ l ଏଠାରେ ଶହେ ରୁ ଅଧିକ ପ୍ଲଟ କରି ବିକ୍ରି କରାଯାଇଛି l ଏହା ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଉପଭୋକ୍ତାମାନେ ଜାଗାର ପଟ୍ଟା ପାଇପାରୁନାହାନ୍ତି l ଉକ୍ତ ପ୍ରୋଜେକ୍ଟ ରେ ମଧ୍ୟ କୋଟି ଟଙ୍କାର ଜାଲିଆତି କରି ବହୁତ ସରକାରୀ ଜମିକୁ ଜବରଦଖଲ କରି ବିକ୍ରି କରିଥିବାର ଶୁଣିବାକୁ ମିଳୁଛି l

ବର୍ତମାନ ଉକ୍ତ ପ୍ରୋଜେକ୍ଟ ଠାରୁ କିଛି ଦୂରରେ 10ଏକର ବିଶିଷ୍ଟ ଆଉ ଏକ ଜାଗା ରେ ପୁଣି ଏକ ଜାଲିଆତି କରି ନୂଆ ପ୍ରୋଜେକ୍ଟ ତିଆରି କରିବା ପାଇଁ ଚେଷ୍ଟା କରୁଅଛି l

ଏହା ଛଡା ପାତ୍ରପଡା ଶନିମନ୍ଦିର ପଛ ପାଖରେ ଏକ ନୂଆ ହାଉସିଂ ପ୍ରୋଜେକ୍ଟ ତିଆରି କରିବା ପାଇଁ କାମ ଆରମ୍ଭ ହୋଇଯାଇଛି l

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ଠକ ବିଲଡର ପାଖରେ ପ୍ରୋଜେକ୍ଟର କୌଣସି ସରକାରୀ ଅନୁମତି ପତ୍ର ନାହିଁ l ସେ ସରକାରୀ ଅଫିସର ମାନଙ୍କର ଦସ୍ତଖତ ଏବଂ ଷ୍ଟାମ୍ପ ଜାଲିକରି, ଜାଲି ଅନୁମତି ପତ୍ର ପ୍ରସ୍ତୁତ କରି ଉପଭୋକ୍ତା ମାନଙ୍କୁ ବୋକାବନାଇ ସେମାନଙ୍କର କୋଟି କୋଟି ଟଙ୍କା ଲୁଟ କରିଛି l ଉକ୍ତ ବିଷୟରେ ଆଜି ମିଳିଥିବା RTI ରିପୋର୍ଟ ରୁ ସ୍ପଷ୍ଟ ହୋଇଯାଇଛି l

ସମୁଦାୟ 4 ଟି ପ୍ରୋଜେକ୍ଟ ରେ 179 ଟି ଘର ବିକି କରିଥିବା ବେଳେ ସାଧାରଣ ଜନତା ଙ୍କ ବ୍ୟତୀତ ସରକାରଙ୍କୁ ଠକି କୋଟି କୋଟି ଟଙ୍କାର TAX ଫାଙ୍କି ଚାଲିଛି l ଉକ୍ତ ସଂସ୍ଥାର ସମୁଦାୟ ଠକେଇ ପ୍ରାୟ 80 ରୁ 100 କୋଟି ମଧ୍ୟରେ ହେବାର ଅନୁମାନ କରାଯାଏ l

ତେଣୁ ସରକାର ଉକ୍ତ ଠକ ସଂସ୍ଥାର ସମସ୍ତ ପ୍ରୋଜେକ୍ଟ ଗୁଡିକ ଉପରେ ଉପଯୁକ୍ତ ତଦନ୍ତ କରି ଆଇନ ଅନୁଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଭୋକ୍ତା ମାନଙ୍କ ତରଫରୁ ଦାବି ହେଉଅଛି l

ଧୃତିଶୋଭl ଇନ୍ଫ୍ରାଟେକ ବିଲଡର - PART - 1
----------------------------------------------------
ବନ୍ଧୁଗଣ,
ମୁଁ ଆଜି ଜଣେ ଭଦ୍ର ବ୍ୟକ୍ତିଙ୍କର ନକଲି ମୁଖା ପଛର ଅସଲି ଚେହେରା ସମସ୍ତଙ୍କ ସାମନାରେ ଖୋଲିବା ପାଇଁ ଯାଉଛି l ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀ ଜିତନ କୁମାର ସାହୁ, ଯିଏ କି ଭୁବନେଶ୍ୱର ସ୍ଥିତ (ନୟାପଲ୍ଲୀ, IRC Village) N5/66 ରେ ଧୃତିଶୋଭl ଇନ୍ଫ୍ରାଟେକ ପିଭିଟି ଲିମିଟେଡ଼ (ଦୃଷ୍ଟିଶୋଭା ଇନ୍ଫ୍ରାଟେକ) ନାମରେ ଗୋଟିଏ ବିଲଡର ସଂସ୍ଥା (Construction Company) ଚଲlନ୍ତି ଏବଂ କମ୍ପାନୀ ର କର୍ପୋରେଟ ଅଫିସ ନୟାପଲ୍ଲୀ (IRC Village) ସ୍ଥିତ N2/189 ରେ ଥିବାର ସେ ଦାବି କରନ୍ତି l
ଏହା ସହିତ ସେ ଏସିଆନ ସ୍କୁଲ ଅଫ ଟେକ୍ନୋଲୋଜି, ଭୁବନେଶ୍ୱର (Asian School Of Technology, Bhubaneswar) ନାମରେ ଗୋଟିଏ ଘରୋଇ ITI College ଚଳାଉଛନ୍ତି l ଉକ୍ତ College ଟି ଖୋର୍ଦ୍ଧା ର ବନ୍ତଳା ଠାରେ ଅବସ୍ତିତ l ଉକ୍ତ College ରେ Chairman ପଦବୀ ରେ ରହି ବହୁତ ଅର୍ଥ ଚଳୁ କରିଥିବାର ଖବର ମଧ୍ୟ ସାମନା କୁ ଆସୁଛି l
ଧୃତିଶୋଭ ଇନ୍ଫ୍ରାଟେକ ପୂର୍ବରୁ ସେ ପୁରୁଷୋତ୍ତମ ଇନ୍ଫ୍ରାଟେକ ପିଭିଟି ଲିମିଟେଡ଼ ନାମରେ ଆଉ ଏକ Builder ସଂସ୍ଥା ଚଳାଉଥିଲେ l ସେଠାରେ ବହୁତ ଘୋଟଲା କରିବାପରେ ଉକ୍ତ କମ୍ପାନୀ ର ନାମ ପରିବର୍ତନ କରି ଧୃତିଶୋଭl ନାମରେ ଏକ ନୂଆ କମ୍ପାନୀ ଆରମ୍ବ କଲେ l
ଏବେ ଧୃତିଶୋଭl କମ୍ପାନୀ ଅଧୀନରେ ବିଭିନ୍ନ ସ୍ଥାନରେ ଏକାଧିକ ପ୍ରୋଜେକ୍ଟ କରି ନିରୀହ ଲୋକ ମାନଙ୍କର କଷ୍ଟ ଅର୍ଜିତ କୋଟି କୋଟି ଟଙ୍କା ଚଳୁ କରି ଆଉ ଧରାଛୁଆଁ ଦେଉନାହାନ୍ତି କିମ୍ବା ପୂର୍ବ ନିର୍ଧାରିତ କୌଣସି ସର୍ତ ପାଳନ କରୁ ନାହାନ୍ତି l
ଖବର ମୁତାବକ ତାଙ୍କର ଏବେ 4 ଟି ସ୍ଥାନ ରେ ପ୍ରୋଜେକ୍ଟ ଚାଲୁଅଛି l
1- INDRAPRASTA VILLA
କଣ୍ଟାବାଡ ଗାଁ ଶେଷମୁଣ୍ଡ (ଚନ୍ଦକା - ପିତାପଲ୍ଲୀ)ରାସ୍ତା l
2- SAI HARMONY (SOG Camp ପଛପାଖ, ଚନ୍ଦକା ଛକ (ଚନ୍ଦକା - ପିତାପଲ୍ଲୀ ରାସ୍ତା) l
3-SAI NILAYA (SBI ପଛପାଖ, ଚନ୍ଦକା ଛକ (ଚନ୍ଦକା - ପିତାପଲ୍ଲୀ ରାସ୍ତା) l
4- SAI PRAGATI (ଚନ୍ଦକା ଛକ, ଚନ୍ଦକା - ପିତାପଲ୍ଲୀ ରାସ୍ତା) l
ଖବର ମୁତାବକ INDRAPRASTHA VILLA ପ୍ରୋଜେକ୍ଟଟି 6 ବର୍ଷ ହେବ ଆରମ୍ବ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହଁ l ଘର Booking କରିବା ବେଳେ 15 ମାସରେ ପ୍ରୋଜେକ୍ଟ ଶେଷ କରିବାର ପ୍ରତିଶ୍ରୁତି ଦେଇ ଶ୍ରୀ ଜିତନ କୁମାର ସାହୁ ସମସ୍ତ ଟଙ୍କା ନେଇଛନ୍ତି l ଏହା ମଧ୍ୟରେ 6 ବର୍ଷ ବିତି ଯାଇଥିଲେ ମଧ୍ୟ ଉପଭୋକ୍ତା ମାନେ ଏ ପର୍ଯ୍ୟନ୍ତ ନିଜର ଘର ପାଇପାରି ନାହାନ୍ତି କିମ୍ବା ସେ ସମ୍ବନ୍ଧୀୟ କୌଣସି Occupancy Certificate (OC) ପାଇପାରି ନାହାନ୍ତି l ଉକ୍ତ ଜାଲିଆତି କାରବାର ରେ ତାଙ୍କ କମ୍ପାନୀ ର ଆଉ ଜଣେ ଡିରେକଟର ଶ୍ରୀ ଅସିତ ବେହେରା ମଧ୍ୟ ସମ୍ପୃକ୍ତ ଅଛନ୍ତି l ଆପଣମାନଙ୍କର ଅବଗତି ନିମନ୍ତେ କିଛି ଫୋଟୋ ମଧ୍ୟ ଦେଉଅଛି l
ଏହି ପରି ଉକ୍ତ କମ୍ପାନୀ ର ସମସ୍ତ ପ୍ରୋଜେକ୍ଟ ରେ ସାଧାରଣ ଉପଭୋକ୍ତା ମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି l ତେଣୁ ଉକ୍ତ କମ୍ପାନୀ ସହିତ କୌଣସି କାରବାର କରିବା ବିଶ୍ୱାସ ଯୋଗ୍ୟ ନୁହେଁ l ପୂର୍ବରୁ କମ୍ପାନୀ ର ଏମ.ଡି, ତଥା ଡିରେକଟର ଶ୍ରୀ ଜିତନ କୁମାର ସାହୁ ଠକେଇ ଅଭିଯୋଗରେ ବହୁବାର ଜେଲ ଯାଇଥିବାର ନଜିର ମଧ୍ୟ ରହିଛି lଏବେ ମଧ୍ୟ ଶ୍ରୀ ସାହୁଙ୍କ ନାମରେ ଚନ୍ଦକା ଥାନାରେ ବହୁତ ଅଭିଯୋଗ ମଧ୍ୟ ଅଛି ଏବଂ ଉକ୍ତ ପ୍ରୋଜେକ୍ଟ ସମ୍ବଧୀୟ କେଶ ମାନ୍ୟବର ORERA (ଓଡିଶା ରିଅଲ ଇଷ୍ଟେଟ ଅଥରିଟି ଅଫ ଇଣ୍ଡିଆ) ଙ୍କ କୋର୍ଟ ରେ ଚାଲୁଅଛି l
ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ସେ ପ୍ରୋଜେକ୍ଟ ର କୌଣସି ସରକାରୀ ଅନୁମତି ନାହିଁ ଏବଂ ପ୍ରୋଜେକ୍ଟ ର ଅଧା ଅଂଶ ସରକାରୀ ଜମି ଉପରେ ହିଁ ନିର୍ମିତ l ଏଥିପାଇଁ ଏବେ ଏହାକୁ ନେଇ ସରକାରୀ ସ୍ତର ରେ ଖୋଳ ତାଡ଼ ଆରମ୍ବ ହୋଇଯାଇଛି l ଏବେ କମ୍ପାନୀ ପାଖରେ ଯେଉଁ କେତୋଟି ଅନୁମତି ପତ୍ର (Approval ) ଅଛି, RTI ତଥ୍ୟ ହିସାବରେ ସେ ସବୁ ଜାଲି ବା ନକଲି ବୋଲି ଜଣା ପଡିଛି l ଏଥିରେ ଆନୁମାନିକ 20 ରୁ 30 କୋଟି ଟଙ୍କା ର ଘୋଟଲା ହେବା ସହିତ ବହୁ ସରକାରୀ ବାବୁ ମାନଙ୍କର ସମ୍ପୃକ୍ତି ଥିବା ଭଳି ମନେ ହେଉଛି l ତେଣୁ ଏଥିରେ ମାନ୍ୟବର ଜିଲ୍ଲାପାଳ ମହୋଦୟ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଉପଭୋକ୍ତା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବି ହେଉଅଛି l ଧନ୍ୟବାଦ l

ଯେଉଁମାନେ ଗାଁ ରେ ମିଛ ରାଜନୀତି ନାଁ ରେ (ଦଳ ବିଶେଷରେ) ବାପା ପୁଅ, ଭାଇ ଭାଇ ମଧ୍ୟରେ ଶତ୍ରୁତା କରୁଛନ୍ତି, ଉକ୍ତ ଫୋଟୋ ଟି ସେମାନଙ୍କ ପାଇଁ l ...
10/12/2019

ଯେଉଁମାନେ ଗାଁ ରେ ମିଛ ରାଜନୀତି ନାଁ ରେ (ଦଳ ବିଶେଷରେ) ବାପା ପୁଅ, ଭାଇ ଭାଇ ମଧ୍ୟରେ ଶତ୍ରୁତା କରୁଛନ୍ତି, ଉକ୍ତ ଫୋଟୋ ଟି ସେମାନଙ୍କ ପାଇଁ l ଭାବୁଛି ବୁଝି ପାରିବେ l

19/11/2019

Address

Bhubaneswar

Website

Alerts

Be the first to know and let us send you an email when Menan Kumar Das posts news and promotions. Your email address will not be used for any other purpose, and you can unsubscribe at any time.

Share